ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଜାଇକୋଭ ଡି ୧୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର, ୨୨/୧୦: ରାଜ୍ୟରେ କରୋନା ସଂକ୍ରମଣ କମିଛି କିନ୍ତୁ ବିପଦ ଟଳିନି । ଆଗକୁ କରୋନା ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହି ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ତେଣୁ ଟିକାକରଣ ପ୍ରକ୍ରିୟା ଏବେ ଜାରି ରହିଛି । କିନ୍ତୁ ଶିଶୁମାନେ ବିନା ଛୁଞ୍ଚିରେ ଟିକା ନେବେ ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛି। ଡିସିଜିଆଇ ଦ୍ବାରା ଅନୁମୋଦିତ ଜାଇକୋଭ ଡି ୧୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ଏହାଛଡ଼ା କୋଭାକସିନକୁ ପରୀକ୍ଷା କରି ଡିସିଜିଆଇ ଅନୁମତି ଦେବେ। ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଲିମ୍ ଦିଆଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୩ କୋଟି ୫୦ ଲକ୍ଷ ଡୋଜ ଟିକା ଦିଆସାରିଲାଣି। ଏଥିମଧ୍ୟରୁ ୨ କୋଟି ୪୭ ଲକ୍ଷ ପ୍ରଥମ ଡୋଜ (୭୮%)ଓ ୧ କୋଟି ୩ଲକ୍ଷ ଦ୍ୱିତୀୟ ଡୋଜ (୩୩%) ଦିଆସାରିଛି। ବର୍ତ୍ତମାନ ରାଜ୍ୟରେ୨୪ ଲକ୍ଷ ଟିକା ମହଜୁଦ ଅଛି।