ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ, ଜାଣନ୍ତୁ କେଉଁ ରାଶି ପାଇଁ ଅଛି ଲାଭଦାୟକ

ଭୁବନେଶ୍ୱର,୨୫/୧୦: ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ ଆଜି ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଏହି ସମୟରେ କେଉଁ ରାଶି ପାଇଁ ଲାଭଦାୟକ ଓ କେଉଁ ପ୍ରତି ଅଶୁଭ ଅଛି ଜାଣିବା। ମେଷ, ବୃଷ, ମିଥୁନ, ସିଂହ, ରାଶିର ବ୍ୟକ୍ତି ସୂର୍ଯ୍ୟପରାଗ ଦେଖିଲେ ଲାଭବାନ ହେବେ। କନ୍ୟା, ତୁଳା, ମକର, କୁମ୍ଭ ରାଶିର ବ୍ୟକ୍ତି ମଧ୍ୟ ଲାଭବାନ ହେବେ। କର୍କଟ, ବିଛା, ଧନୁ, ମୀନଙ୍କ ପାଇଁ ଏହା ଅଶୁଭ ଫଳ ଦେବ।

ଆଜି ସୂର୍ଯ୍ୟଉଦୟ ପୂର୍ବରୁ ପାକ ନିଷେଧ । ଆସନ୍ତାକାଲି ଶୌଧ ହେବା ପରେ ଖାଦ୍ୟ ଗ୍ରହଣ ହେବ। ପରାଗ ସମୟରେ ସିଧାସଳଖ ସୂର୍ଯ୍ୟକୁ ଦେଖିବା ଅନୁଚିତ।