ଭୁବନେଶ୍ୱର,୩୧/୧୨: ଆଜି ବର୍ଷର ଶେଷ ଦିନ । ଆଉ ପୂରୁଣା ବର୍ଷକୁ ବିଦାୟ ଦେବାକୁ ପାର୍ଟି ମୁଡରେ ରାଜଧାନୀବାସୀ । ଖାସ କରି ନୂଆବର୍ଷ ଆରମ୍ଭ ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ଏବେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଭୁବନେଶ୍ୱରରେ ସେଲିବ୍ରେସନ ପାଇଁ କଟକଣା ରହିଛି ।ଏନେଇ ହୋଟେଲ, ପାର୍ଟି ଇଭେଣ୍ଟ, କ୍ଲବ ଓ ସୋସାଇଟରେ ପାର୍ଟି ପାଇଁ ଅନୁମତି ଥିବା ବେଳେ ମଦ ପିଇ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ମଦ ବିକ୍ରି ଉପରେ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନୂଆବର୍ଷ ସମୟରେ ସବୁଠାରୁ ଆହ୍ବାନ ହେଉଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ । ପ୍ରତ୍ୟେକ ବର୍ଷ ମଦ୍ୟପାନ କରି ରାସ୍ତାକୁ ଓହ୍ଲାଇବା ଦ୍ବାରା ଦୁର୍ଘଟଣା ଘଟିଥାଏ । ସେ ଦୃଷ୍ଟିରୁ ଡ୍ରଙ୍କ-ଡ୍ରାଇଭ୍ ନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
ମଦ୍ୟପାନ ନ କରି ଗାଡ଼ି ଚଲାଇବାକୁ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିବେଦନ କରିଛନ୍ତି । ଆମ ଦ୍ବାରା ଯାହା ଆରେଞ୍ଜମେଣ୍ଟ, ଏଭିକ୍ସେନ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତାହା ଜାରି ରଖିବୁ ।