ଭୁବନେଶ୍ୱର,୨୭/୧୨:ଆଉ କିଛି ଦିନର ଅପେକ୍ଷା। ନୂଆବର୍ଷ ସହ ସବୁଠି ପାଳନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଭୋଜି ଭାତ, ନାଚ ଗୀତର ଜମିବ ଆସର। କିନ୍ତୁ ନୂଆ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟକୁ ନେଇ ବିଭାଗ ପ୍ରସ୍ତୁତ ହୋଇ ରହିଛି । ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି । ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ । ଜିରୋ ନାଇଟର ଆଳ ଦେଖାଇ ଚୋରା ମଦ ବିକ୍ରି କରିପାରିବେ ନାହିଁ କେହି । ଚୋରା ମଦ ବିକ୍ରି କଲେ ସରକାର କୋଠର କାର୍ୟ୍ୟାନୁଷ୍ଠାନ ନେବେ । ଆଗାମୀ ଜାନୁଆରୀ ଶେଷ ପର୍ୟ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି । ପ୍ରତ୍ୟକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।