ଜିରୋନାଇଟ ସେଲିବ୍ରେସନ, ରାଜଧାନୀର ବିଭନ୍ନ ଛକରେ ପୋଲିସ ମୁତୟନ

ଭୁବନେଶ୍ୱର,୩୦/୧୨: ଆଜି ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ରହିଛି ଜିରୋନାଇଟ ସେଲିବ୍ରେସନ। ଆଉ ଏଥି ପାଇଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସରିଛି । କିନ୍ତୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାଜଧାନୀର ବିଭିନ୍ନ ଛକରେ ପୋଲିସ ଅଧିକାରୀ ମୁତୟନ ରହିବେ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ରୋକିବା ପାଇଁ ରାଜଧାନୀର ୨୯ଟି ଛକରେ ଚେକିଂ କରାଯିବ ।  ମଦ୍ୟପାନ କରି ଦ୍ରୁତ ଗାଡି ଚଳାଉଥିବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ରାଜଧାନୀରେ ୧୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ରାଜଧାନୀର ସୁରକ୍ଷାରେ ନିୟୋଜିତ ରହିବେ ୪ ଜଣ ଆଡିସନାଲ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ସହ ୮୭ ଜଣ ଏସଆଇ ଓ ଏଏସଆଇ ।