ଏହି ସବୁ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୩/୧୧: ରାଜ୍ୟରେ ଏବେ ଶୀତ କମିଛି। କିନ୍ତୁ ଘନ କୁହୁଡି ଦୃଶ୍ୟମାନ ହେଉଛି। ଯାହା ଫଳରେ ଚାରିଆଡେ ଦୁର୍ଘଟଣା ଘଟୁଛି। ଏନେଇ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । ଆସନ୍ତା କାଲି ସକାଳ ୮.୩୦ ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ପୁରୀ, ଢେଙ୍କାନାଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ରହିବ । ସେହିଭଳି ଆସନ୍ତାକାଲି ଓ ୫ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାନ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ କୁହୁଡି ରହିବ ।

୫ ତାରିଖ ଓ ୬ ତାରିଖ ଦୁଇଦିନ ଧରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା , ପୁରୀ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ମଧ୍ୟ କୁୁହୁଡି ଦେଖାଦେବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।