ହିଟୱେଭ ପାଇଁ ରାଜ୍ୟର ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି!

ଭୁବନେଶ୍ୱର,୧୨/୦୩: ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ। ସ୍ଥାନେ ସ୍ଥାନେ ଗୁଳୁଗୁଳି ବଢ଼ିବ। ଏହି ସମୟ ମଧ୍ୟରେ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତାହାକୁ ନଜରରେ ରଖି ଏସ୍‌ଆରସିଙ୍କ ପକ୍ଷରୁ ଆଜି ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ପତ୍ରରେ ଏସ୍‌ଆରସି କହିଛନ୍ତି ଯେ ସାଧାରଣ ଲୋକଙ୍କ ପାଇଁ ଗ୍ରୀଷ୍ମ ପ୍ରବାହ ସହନଶୀଳ। ତେବେ ଛୋଟ ପିଲା, ବୟସ୍କ ଓ ରୋଗୀମାନେ ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *