ପୁଣି ପଶ୍ଚିମଝଡ଼ ସୃଷ୍ଟି ସମ୍ଭାବନା, ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୯/୩: ରାଜ୍ୟରେ ଏବେ ସ୍ଥାନେ ସ୍ଥାନେ ବର୍ଷା ହେବାରେ ଲାଗିଛି। ଏହାରିମଧ୍ୟରେ ଆଜି ସୃଷ୍ଟି ହୋଇପାରେ ଆଉ ଏକ ପଶ୍ଚିମା ଝଡ଼ । ପ୍ରଭାବରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ୩୧ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ୭ ଜିଲ୍ଲାକୁ ଅଧିକ ବର୍ଷା ରହିଛି । ଆଜି ଓ କାଲି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ।

ଆଜି ମଧ୍ୟ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ରହିଛି । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ତାରିଖ ଦିନ ପୂରା ଓଡ଼ିଶାରେ ଝଡ଼ବର୍ଷା ହେବ । ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ହେବା ସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବ ।