ରାଜ୍ୟରେ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩/୩: ଏବେ ରାଜ୍ୟରେ ଅସହ୍ୟ ତାତି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆସ୍ୱସ୍ତିକର ଖବର ସାମ୍ନାକୁ ଆସିଛି।  ବର୍ଷାରେ ଭିଜିବ ଅଧା ଓଡ଼ିଶା । ଆସନ୍ତା ୧୫ ତାରିଖରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସହ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଳକନ କରିଛି । ୧୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ମାଲକାନଗିର ଓ ରାୟଗଡା ଆଦି ଜିଲ୍ଲାରେ ବର୍ଷା ହେବ ବୋଲି ଆକଳନ କରଯାଇଛି ।

ସେହିପରି ୧୬ ତାରିଖରେ କିଛି ଜିଲ୍ଲାରେ ବର୍ଷା ସହ ଝଡ଼ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ ସମେତ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।