ଆସନ୍ତାକାଲିଠୁ ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮/୦୩: ଆସନ୍ତାକାଲିଠୁ ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ନେଇ ପାଣିପାଗ ବିଭାଗର ସତର୍କତା ଜାରି କରିଛି । ବଜ୍ରପାତ ସହ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ୯ ଜିଲ୍ଲାକୁ ଅରେଞ୍ଜ, ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।କାଲି ପାଇଁ ବୌଦ୍ଧ, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ଅନୁଗୁଳ, ନୟାଗଡ, ଢେଙ୍କରନାଳ ଜିଲ୍ଲାପରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କଟକ, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଳାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।