ବଦଳିଲା କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୯/୮: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ । ଆଇସିସି ବର୍ତ୍ତମାନ ନୂଆ ଖେଳସୂଚୀ ଜାରିକରିଛି । ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ ସମେତ ୯ ମ୍ୟାଚରେ ପରିବର୍ତ୍ତନ କରାଯାଇଛି ।

ଭାରତ-ପାକିସ୍ତାନ ମ୍ୟାଚ ବର୍ତ୍ତମାନ ୧୫ ବଦଳରେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଖେଳାଯିବ । ଇଂଲଣ୍ଡ ବନାମ ବାଂଲାଦେଶ- ଅକ୍ଟୋବର ୧୦  ସକାଳ ୧୦.୩୦ରେ ଖେଳାଯିବାକୁ ଥିବା ବେଳେ ପାକିସ୍ତାନ ବନାମ ଶ୍ରୀଲଙ୍କା- ଅକ୍ଟୋବର ୧୦ ଅପରାହ୍ଣ ୨.୦୦ ରେ ଖେଳାଯିବ। ସେହିପରି ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ଅକ୍ଟୋବର ୧୨ ଅପରାହ୍ଣ ୨.୦୦ ରେ ଖେଳାଯିବ। ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ ଅକ୍ଟୋବର ୧୩ ଅପରାହ୍ମ ୨.୦୦, ଭାରତ ବନାମ ପାକିସ୍ତାନ ଅକ୍ଟୋବର ୧୪ ଅପରାହ୍ମ ୨.୦୦, ଇଂଲଣ୍ଡ ବନାମ ଆଫଗାନିସ୍ତାନ ଅକ୍ଟୋବର ୧୫ ଅପରାହ୍ମ ୨.୦୦, ଅଷ୍ଟ୍ରେଲିଆ ବନାମ ବାଂଲାଦେଶ ନଭେମ୍ବର ୧୧ ସକାଳ ୧୦.୩୦, ଇଂଲଣ୍ଡ ବନାମ ପାକିସ୍ତାନ ନଭେମ୍ବର ୧୧ ଅପରାହ୍ନ ୨.୦୦, ଭାରତ ବନାମ ନେଦରଲାଣ୍ଡ ନଭେମ୍ବର ୧୨ ଅପରାହ୍ଣ ୨.୦୦ ରେ ଖେଳାଯିବ।