ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୦୨: ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଭୁବନେଶ୍ୱରର ଜନତା ମୈଦାନରେ ଶନିବାରଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇ ଆଜି ସରିବାର ଥିଲେ ବି ଏହାକୁ ଆଉ ୩ ଦିନ ବଢାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଏହି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବ । ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ସମ୍ମିଳନୀର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେଇଛନ୍ତି । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି ।