ଚଳିତ ବର୍ଷ ହେବନି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ଼, ୧୩/୧୨: ଚଳିତ ବର୍ଷ  ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ହେବ ନାହିଁ। କରୋନା ମହାମାରୀ ପାଇଁ ବନ୍ଦ ରଖାଗଲା ଧନୁଯାତ୍ରା । ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ବୈଠକ ବସିଥିଲା।