ଆଜି ୮୦୦ କୋଟି ଟପିବ ଜନସଂଖ୍ୟା; ଜାତିସଂଘ ମହାସଚିବଙ୍କ ସୂଚନା

ନୂଆଦିଲ୍ଲୀ,୧୫/୧୧:ବିଶ୍ୱରେ ଲଗାତର ଜନସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବଢୁଥିବା ଜନସଂଖ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଛି । ତେବେ ମିଳିତ ଜାତିସଂଘର ଆକଳନ ଅନୁଯାୟୀ ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନ ବା ୮୦୦ କୋଟି ଟପିବ । ଜାତିସଂଘ ମହାସିଚବ ଆଂଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି । ସୋମବାର ପ୍ରକାଶିତ ବାର୍ଷିକ ବିଶ୍ୱ ଜନସଂଖ୍ୟା ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୨୦୨୩ ସୁଦ୍ଧା ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଚୀନକୁ ପଛରେ ପକାଇ ଦେବ । ଅର୍ଥାତ୍ ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ । ଏହାର କାରଣ ହେଉଛି ଚୀନର ଏକ ସନ୍ତାନ ନୀତି । ଯାହା ୧୯୮୦ରୁ ଲାଗୁ ହୋଇଥିଲା । ୨୦୧୫ରେ ଶେଷ ହୋଇଛି । ହେଲେ ଏଠାରେ ଦମ୍ପତି ଏବେ ମଧ୍ୟ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । କିନ୍ତୁ ଚୀନ ସରକାର ସେମାନଙ୍କଠାରୁ ୩ ସନ୍ତାନ ଚାହୁଁଛନ୍ତି ।