ଇତିହାସ ରଚିଲା ଭାରତ, ସେମିଫାଇନାଲରେ ମହିଳା ହକି ଟିମ୍

ନୂଆଦିଲ୍ଲୀ, ୨/୮: ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ଟିମ୍ ସେମି ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲରେ ପହଂଚିଛି।

ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଥିଲା ଭାରତୀୟ ପୁରୁଷ ହକି ଦଳ । କ୍ବାର୍ଟର ଫାଇନାଲରେ ବ୍ରିଟେନ୍‌କୁ ୩-୧ ଗୋଲରେ ହରାଇ ଭାରତ ସେମିଫାଇନାଲ୍ ରେ ପହଂଚିଥିଲା।