ମହିଳାଙ୍କୁ ପନିକିରେ ହାଣି ହତ୍ୟା ! ହତ୍ୟାର କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୨୨/୨: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଂଚାୟତ ହେମନ୍ତପୁର ଗ୍ରାମରେ ଅଭାବନିୟ ଘଟଣା ଘଟିଛି । ଗ୍ରାମର ରନଥା ଜେନାଙ୍କ ସ୍ତ୍ରୀ ରେଣୁକା ଜେନାଙ୍କୁ ପନିକିରେ ହାଣି ହତ୍ୟା କରାଯାଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଯେ ବୈତରଣୀ ନଦୀପଠାରେ ଏକ ମୃତଦେହ ପଡିଥିବା ଦେଖିବା ପରେ ଖବର ପ୍ରଘଟ ହୋଇଥିଲା। ମୃତ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଛି। ମଙ୍ଗଳପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସେଠାରେ ଏକ ପନିକି ପଡିଛି। ତେଣୁ ତାଙ୍କୁ ପନିକିରେ କେହି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପନିକିକୁ ଜବତ କରିଛି।