ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ବଢିବ ଥଣ୍ଡା,ଦୁଇରୁ ତିନି ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର,୧୧/୧୧: ଏବେ ରାଜ୍ୟରେ ଶୀତ ଅନୁଭୂତ ହୋଇଛି। ଏହାରିମଧ୍ୟରେ ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ଅଧିକ ଥଣ୍ଡା ବଢିବ । ବିଭିନ୍ନ ସ୍ଥାନରେ ତାପମାତ୍ରା ଦୁଇରୁ ତିନି ଡିଗ୍ରୀ କମିବ ସହ କେତେକ ସ୍ଥାନରେ ଘନ କୁହୁଡି ପଡିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ପଡିବା ସମ୍ଭାବନା ରହିଛି ସେହିପରି ଅନୁଗୁଳ, ବଲାଙ୍ଗୀର, ଗଜପତି, କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡିବ । କିଛି ଦିନ ହେଲା ଫୁଲବାଣୀରେ ଘନ କୁହୁଡି ପଡୁଥିବା ବେଳେ ବଲାଙ୍ଗୀର, ଭବାନୀପାଟଣା, ପାରଳାଖେମୁଣ୍ଡିରେ ହାଲୁକା କୁହୁଡି ପଡୁଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।