ରାଜ୍ୟରେ ୪ ଦିନ ପରେ ୨ ଡିଗ୍ରି ଖସିବ ତାପମାତ୍ରା

ଭୁବନେଶ୍ବର,୨୯/୧: ରାଜ୍ୟରେ ବର୍ତ୍ତମାନ ଦିନର ତାପମାତ୍ରା ଅଧିକ ରହିଛି। ଶୀତ କିମ୍ବା କୁହୁଡ଼ି ମଧ୍ୟ ବିଶେଷ ନାହିଁ। ଆ‌ସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଏହାର ପରବର୍ତ୍ତୀ ସମୟରେ ରାଜ୍ୟର ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ଯାଏ କମିବ। ଦିନରେ ତାତି ଅପେକ୍ଷାକୃତ କମିବ ଓ ରାତିରେ ହାଲ୍‌କା ଶୀତ ଅନୁଭୂତ ହୋଇପାରେ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ସହ ଖରାଟିଆ ରହିବ। ଆକାଶ ନିର୍ମଳ ରହିବ। ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।