ରାଜ୍ୟରେ ହାଡଭଙ୍ଗା ଶୀତ, ୧୦ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର,୩୦/୧୧: ରାଜ୍ୟରେ ଶୀତ ପ୍ରଭାବ ବଢ଼ିବାରେ ଲାଗିଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ଥିଲା। ୨ ଡିଗ୍ରି ବୃଦ୍ଧିପାଇ ଗତକାଲି ରାତିରେ ଏହା ୭.୪ ଡିଗ୍ରି ରହିଥିଲା। କନ୍ଧମାଳ ଜିଲ୍ଲାର ଆଉ ୩ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ସେଗୁଡ଼ିକ ହେଲା, ଜି. ଉଦୟଗିରି, ଫୁଲବାଣୀ ଓ ଦାରିଙ୍ଗବାଡ଼ି। ଜି. ଉଦୟଗିରିର ତାପମାତ୍ରା ୯ଡିଗ୍ରି ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ତାପମାତ୍ରା ୯.୫ ରହିଥିଲା। ଏଥିସହ ରାଜ୍ୟର ଆଉ ୪ ସହରର ତାପମାତ୍ରା ୧୦ ଡିଗ୍ରି ବା ଏହାର ପାଖାପାଖି ରହିଛି।ଅନ୍ୟପଟେ ରାଜ୍ୟରେ ଆଜିଠାରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ।