ଭୁବନେଶ୍ୱର,୧୬/୧୨: ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହରର ତାପମାତ୍ରା । ଭୁବନେଶ୍ବର, କଟକ, ପାରାଦୀପ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠୁ ୨ରୁ ୪ ଡିଗ୍ରୀ କମ ହୋଇଥିବା ରେକର୍ଡ ହୋଇଛି। ଦାରିଙ୍ଗାବାଡ଼ି ଓ ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ରାଉରକେଲା ସହରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଝାରୁସୁଗୁଡ଼ାରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ମଧ୍ୟ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୮.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, କେନ୍ଦୁଝର ୯.୨ ଡିଗ୍ରୀ, ସୁନ୍ଦରଗଡ ୯.୪ ଡିଗ୍ରୀ, ଭବାନୀପାଟଣାରେ ରାତିର ତାପମାତ୍ରା ୯.୪ ଡିଗ୍ରୀ ତାପମାତ୍ରା ରହିଛି । ଟୁଇନସିଟି କଟକରେ ୧୧.୫ ଓ ଭୁବନେଶ୍ୱରରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।