ରାଜ୍ୟରେ ବଢୁଛି ଶୀତ, ୧୦ଡିଗ୍ରୀ ତଳେ ୬ସହରରେ ତାପମାତ୍ରା

ଭୁବନେଶ୍ୱର,୧୭/୧୨: ରାଜ୍ୟରେ ପାରଦ ଖସୁଛି, ଯାହାଫଳରେ ଶୀତ ବଢ଼ିବାରେ ଲାଗିଛି। ରାଜ୍ୟରେ ୬ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ରେକର୍ଡ । ଆଜିଠୁ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଶୀତ କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଗତ ୨୪ଘଣ୍ଟା ମଧ୍ୟରେ କୋରେଇରେ ୮.୩ ଡିଗ୍ରୀ, କନ୍ଧମାଳ ଜି. ଉଦୟଗିରିରେ ୮.୫, କୋରାପୁଟରେ ୯.୫, ଭଦ୍ରକ ରାଣୀତାଲରେ ୯.୬ ଏବଂ ରାଉରକେଲାରେ ୯.୮ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆଜିଠୁ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ କାରଣରୁ କିଛି ସ୍ଥାନରେ ବର୍ଷା ହେବା ସହିତ କୁହୁଡିର ସମ୍ଭାବନା ରହିଛି । ଫଳରେ ଆଜିଠୁ ରାତି ତାପମାତ୍ରାରେ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।