ଆଜିଠୁ ସାରା ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର,୦୯/୧୧: ଆଜିଠୁ ସାରା ରାଜ୍ୟରେ ବଢିବ ଶୀତ । ଉତ୍ତର ଏବଂ ଉତ୍ତର-ପଶ୍ଚିିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ବାୟୁ ।ଏହା ପ୍ରଭାବରେ ବିଭନ୍ନ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ତଳକୁ ଖସିଛି । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠାରୁ ଅଧିକ ଶୀତ ଅନୁଭୂତ ହେବ । ବିଶେଷ କରି ପାହାଡିଆ କୋରାପୁଟ, ଜି. ଉଦୟଗିରି ଆଦି ଅଞ୍ଚଳରେ ଅଧିକ ଥଣ୍ଡା ହୋଇପାରେ । ସେପଟେ ଆସନ୍ତା ୧୪ ତାରିଖ ପଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଛି ।