୧୧ ଡ଼ିଗ୍ରୀ ତଳେ ରହିଛି ରାଜ୍ୟର ୮ଟି ସହର, ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୧୭/୧୨: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ୧୧ ଡ଼ିଗ୍ରୀ ତଳେ ରହିଛି ରାଜ୍ୟର ୮ଟି ସହରର ପାରଦ। ଓଡ଼ିଶାର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସେହିପରି ଫୁଲବାଣୀରେ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ ୧୦, ଭବାନୀପାଟଣା ଠାରେ ୧୦ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।