ଥରିବ ଓଡ଼ିଶା, ଆହୁରି ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର,୫/୧୨: ରାଜ୍ୟରେ ରାତିରେ ଆହୁରି ୩ ଡିଗ୍ରୀ ପାରଦ ଖସିବ । ଆସନ୍ତା ୨ରୁ ୩ ଦିନ ଭିତରେ ଏହି ତାପମାତ୍ରା ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବନୁମାନ କରିଛି । କିଛି ଜିଲ୍ଲାରେ କୁହୁଡି ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି ।  ସୂଚନାଯୋଗ୍ୟ ଯେ କୋରାପୁଟରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଥିଲା । ଜି. ଉଦୟଗିରିରେ ୧୩, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୩.୮, କେନ୍ଦୁଝରରେ ୧୪.୬ ଏବଂ ବାଲେଶ୍ୱରରେ ୧୫.୩, ବାରିପଦାରେ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।