ସମସ୍ୟାରେ ଗତି କରୁଛି ଯୋଶୀ ମଠ, ଚିନ୍ତା ବଢାଇଲା ତୁଷାରପାତ ଓ ବର୍ଷା

ଭୁବନେଶ୍ୱର,୧୨/୧: ଏବେ ସମସ୍ୟା ଦେଇ ଗତିକରୁଛି ହିମାଳୟର ଦ୍ୱାରଦେଶ ଯୋଶୀମଠ । ସହର ଦବିବା ବଡ ସମସ୍ୟା ନେଇ ଆସିଛି । ଏହା ଭିତରେ ତୁଷାରପାତ ଓ ବର୍ଷା ଆରମ୍ଭ ହେବା ନୂଆ ଆଶଙ୍କା ସୃଷ୍ଟି କରିଛି । ଯଦି ଭୁସ୍ଖଳନ ହୁଏ ଯୋଶୀମଠର ସ୍ଥିତି ଯେ କେତେ ଭୟଙ୍କର ହେବ ତାହା ସହଜରେ ଅନୁମାନ କରି ହେଉଛି । ଅନ୍ୟପଟେ ଯୁଦ୍ଧକାଳୀନ ଭିତିରେ ଯୋଶୀମଠର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଉଛି ।

କିଛି ଦିନ ହେବ ଉତରାଖଣ୍ଡ ଯୋଶୀମଠ ଯେଉଁ ସ୍ଥିତି ଦେଇ ଗତି କରୁଛି ତାହା ଅବିଶ୍ୱସନୀୟ । ହଠାତ ସହର ଦବିବା, ରାସ୍ତା ଭାଙ୍ଗିବା, ଘର ଫାଟି ଆଁ କରିବା ସେଠାକାର ଲୋକଙ୍କ ପାଇଁ ବଡ ସମସ୍ୟା ଆଣିଛି । ବିପଦପୂର୍ଣ୍ଣ ସ୍ଥିତିରେ ଥିବା ହୋଟେଲ ଗୁଡିକକୁ ଭଙ୍ଗାଯାଉଛି । ସ୍ଥାନୀୟ ପ୍ରଶାସନ ହଠାତ ଏଭଳି ହୋଟେଲ ଓ ଘର ଭାଙ୍ଗିବା ତାଙ୍କ ପ୍ରତି ବଡ ନ୍ୟାୟ ହୋଇଛି ବୋଲି ଯୋଶୀମଠ ବାସିନ୍ଦା ଅଭିଯୋଗ କରୁଛନ୍ତି । ସରକାର କ୍ଷୟକ୍ଷତି ଦିଅନ୍ତୁ, ଥଇଥାନ କରନ୍ତୁ ଏହି ଦାବି ସହ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଯୋଶୀମଠବାସୀ । ସେପଟେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସହ ବୈଠକ କରିଛନ୍ତି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ହୋଟେଲ ଭଙ୍ଗାଯିବ ।