ରାଜ୍ୟରେ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ୱର,୧୨/୧: ରାଜ୍ୟରେ ଜାରି ରହିବ ଶୀତ ପ୍ରକୋପ । ଉତ୍ତର ଓଡ଼ିଶାରେ ଅନୁଭୂତ ହେବ ଅଧିକ ଶୀତ । ଉପକୂଳ ଓଡ଼ିଶାରେ ପଡ଼ିବ କୁହୁଡି । ଆସନ୍ତା ୬ ଦିନ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ୧୨ରୁ ୧୫ ତାରିଖ ମଧ୍ୟରେ ଭୁବନେଶ୍ୱର ତାପମାତ୍ରା ୧୫ରୁ ୧୭ ଡିଗ୍ରୀ ମଧ୍ୟରେ ରହିବ । କଟକରେ ୧୪ରୁ ୧୭ ଡିଗ୍ରୀ ଓ ରାଉରକେଲାରେ ୯ରୁ ୧୨ ଡିଗ୍ରୀ ମଧ୍ୟରେ ରହିବ । ଏହି ସମୟ ମଧ୍ୟରେ ଅଧିକାଂଶ ସ୍ଥାନରେ କୁହୁଡ଼ି ପଡ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ଶନିବାରଠାରୁ ଶୀତ ବଢ଼ିବ । ୧୩ ତାରିଖ ରାତିରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ଯୋଗୁଁ ଶୀତ କମିବ । ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଜାନୁଆରି ୧୨ ଓ ୧୩ ତାରିଖ ରାତିରେ ରାଜ୍ୟରେ ଶୀତ ଆହୁରି କମିବ । ଆସନ୍ତା ୧୩ ତାରିଖରୁ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା ଉତ୍ତରା ପବନ ବହିବ । ତେଣୁ ୧୪ ଓ ୧୫ ତାରିଖରେ ୩ ଡିଗ୍ରୀ କମିବାକୁ ଥିବା ବେଳେ ୧୭ ଓ ୧୮ ତାରିଖରେ ପୁଣି ୩ ଡିଗ୍ରୀ କମିବା ଯୋଗୁଁ ଶୀତ ଅଧିକ ଅନୁଭୂତ ହେବ ।