ଦକ୍ଷିଣ ଓଡ଼ିଶାରେ ବଢିବ ଶୀତର ପ୍ରଭାବ

ଭୁବନେଶ୍ୱର,୧୮/୧୨: କିଛି ଦିନ ପରେ ରାଜ୍ୟରେ ପୁଣି ଶୀତ ଲହରୀ ଫେରିଛି । ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । ହେଲେ ଆଜିଠୁ ପୁଣି ଶୀତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ପାରଦ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି କୁହାଯାଉଛି । ଆଜିଠୁ ଦକ୍ଷିଣ ଓଡ଼ିଶା ଲୋକେ ଶୀତର ପ୍ରଭାବ ଅନୁଭବ କରିପାରିବେ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ଓଡ଼ିଶାର ତାପମାତ୍ରା ଖସିବା ସହ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଆକଳନ କରାଯାଇଛି । ଏଥିସହ ରାଜ୍ୟରେ ସକାଳୁ କହୁଡିଆ ପାଗ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।