ରାଜ୍ୟରେ ଆଜି ରାତିରୁ ତାପମାତ୍ରା ହ୍ରାସ ପାଇବା ସହ ବଢିବ ଶୀତ

ଭୁବନେଶ୍ୱର,୪/୧୧: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଆଜି ରାତିରୁ ରାଜ୍ୟରେ ଶୀତ ବଢ଼ିବ। ଏବେ ବିଶେଷ ଶୀତ ନଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପାମାତ୍ରା କୋରାପୁଟରେ ୧୧.୫ ଡିଗ୍ରି ଓ କେନ୍ଦୁଝରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲିଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଅନ୍ୟପଟେ ରାଜ୍ୟରେ ୭ ତାରିଖ ପର୍ଯ୍ୟନ୍ତ ଥଣ୍ଡା ପଡ଼ିବ ଓ ୮ ତାରିଖ ପରଠାରୁ ଥଣ୍ଡା କମିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।