ବଢୁଛି ଶୀତ,ରାଜ୍ୟର ୯ଟି ସ୍ଥାନରେ ୧୪ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର,୧୬/୧୧ : ଗତ କିଛି ଦିନ ରାୟରେ ଥଣ୍ଡା ଅନୁଭୂତ ହୋଇଛି । ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର ୯ଟି ସ୍ଥାନର ପାରଦ ୧୪ ଡିଗ୍ରୀ ତଳକୁ ଖସି ଆସିଛି। ଆଜି କୋରାପୁଟ ଜିଲ୍ଲା ଶିମିଳିଗୁଡା ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି ।ଏହାବ୍ୟତୀତ କନ୍ଧମାଳର ଜି. ଉଦୟଗିରିରେ ୮.୦ ଡିଗ୍ରୀ, ଫୁଲବାଣୀରେ ୧୦.୦ ଡିଗ୍ରୀ, କୋରାପୁଟରେ ୧୦.୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୦.୫° ଡିଗ୍ରୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୧୨ ଡିଗ୍ରୀ, ବୌଦ୍ଧରେ ୧୨ ଡିଗ୍ରୀ, ଝାରସୁଗୁଡାରେ ୧୩.୨ ଡିଗ୍ରୀ, କେନ୍ଦୁଝରରେ ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି।