ସାରା ରାଜ୍ୟରେ ବଢୁଛି ଶୀତ, ୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର,୨୦/୧୨: ସାରା ରାଜ୍ୟରେ ଏବେ ଶୀତ ବଢ଼ିବାରେ ଲାଗିଛି। ୫ ଡିଗ୍ରୀରେ ଥରିଲା ଜି. ଉଦୟଗିରି । ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ତିନି ଦିନରେ ୩.୫ ଡିଗ୍ରୀ ପାରଦ ଖସିଛି । ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮.୫ ଡିଗ୍ରୀ । ଟ୍ୱିନ୍ସିଟିରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।