ଖସୁଛି ପାରଦ, ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର,୧୯/୧୨: ଧୀରେ ଧୀରେ  ପାରଦ ଖସିବାରେ ଲାଗିଛି ଶୀତ ବଢିବାରେ ଲାଗିଛି। ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟରେ ବି ଜାରି ରହିଛି ହାଡ଼ଭଙ୍ଗା ଶୀତର ପ୍ରକୋପ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି ।  ଘନ କୁହୁଡ଼ି ଏତେ ମାତ୍ରାରେ ପଡ଼ିଛି ଯେ ୧୦ ମିଟର ବ୍ୟବଧାନରେ ବି ରାସ୍ତା ଦେଖାଯାଉନଥିବା ପରିସ୍ଥିତିି ସୃଷ୍ଟି ହୋଇଛି । ଜିଲ୍ଲାର ସୁନାବେଡ଼ା, ସିମିଳିଗୁଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି ।