ରାଜ୍ୟରେ ୧୦ ଡିଗ୍ରୀ ତଳେ ୯ଟି ସହରର ତାପମାତ୍ରା

ଭୁବନେଶ୍ୱର,୨୮/୧: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି। ଏହା ସହ ଆସନ୍ତା ୩ଦିନ କୁହୁଡି ସହ ପ୍ରବଳ ଶୀତ ହେବା ନେଇ ସୂଚନା ରହିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିିିଛି । ଦାରିଙ୍ଗବାଡ଼ି ୬.୫, କେନ୍ଦୁଝର ଓ ଫୁଲବାଣୀ ୮ ଡିଗ୍ରୀ, ନୂଆପଡ଼ା ୮.୬ ଡିଗ୍ରୀ ରହିିଛି। ସେହିିପରି ଝାରସୁଗୁଡ଼ା, ଭବାନୀପାଟଣା, ସୋନପୁର ଓ ବୌଦ୍ଧରେ ୯ ଡିଗ୍ରୀ ସେଲ୍‌ସିଅସ ତାପମାତ୍ରା ରହିଛି। ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ସେଲ୍‌ସିଅସ ରେକର୍ଡ ରହିଛି।