ଗୁରୁଚାପ ପ୍ରଭାବରେ ରାଜ୍ୟରେ ଘନକୁହୁଡ଼ି ସମ୍ଭାବନା

ଭୁବନେଶ୍ୱର, ୧୦/୧: ଗୁରୁଚାପ ପ୍ରଭାବରେ ରାଜ୍ୟରେ ଘନକୁହୁଡ଼ି ସମ୍ଭାବନା ଅଛି। ଆଗାମୀ ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୯ ଜିଲ୍ଲା-ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ। ଏହି ସବୁ ଜିଲ୍ଲା ଗୁଡିକରେ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ୩ରୁ ୫ ଡିଗ୍ରୀ କମିବ ରାତିର ତାପମାତ୍ରା । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୧୧.୫ ଡିଗ୍ରୀ ରହିଥିବା ରେକର୍ଡ ରହିଛି।