ରାଜ୍ୟରେ ବଢୁଛି ଶୀତ, ୯.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ନୂଆଦିଲ୍ଲୀ,୧୨/୧୨: ରାଜ୍ୟରେ ଦୁଇ ଦିନ ବଢିଛି ଶୀତ ଲହରୀ। ଏହାରିମଧ୍ୟରେ କୋରାପୁଟ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଛି । ସିମିଳିଗୁଡ଼ା ଦାମନ ଯୋଡ଼ି ଏବଂ ଦସ୍ ମନ୍ତପୁର ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । କନ୍ଧମାଳ ଜିଲ୍ଲାରେ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ବର୍ତମାନ ୧୦ ଡିଗ୍ରୀ ତଳେ ରହିଛି । ଗତକାଲି ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ଏବଂ ଜି. ଉଦୟଗିରିରେ ୯. ୪ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।