ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ

ନୂଆଦିଲ୍ଲୀ, ୨୨/୧୧: ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଆଜି ସମ୍ମାନଜନକ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅଭିନନ୍ଦନଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି ।  ଶତ୍ରୁ ଦେଶର ଯୁଦ୍ଧ ବିମାନକୁ ଆକାଶ ପଥରେ ନଷ୍ଟ କରି ପୂରା ଦେଶବାସୀଙ୍କ ହୃଦୟ କିଣିଥିଲେ । ପାକିସ୍ତାନର ଲଢୁଆ ଯୁଦ୍ଧ ବିମାନ ଏଫ-୧୬କୁ ଆକାଶପଥରେ ଟାର୍ଗେଟ କରି ଭାରତର ସୁରକ୍ଷା କବଚ ବନିଥିଲେ। ୨୦୧୯ ଫେବ୍ରୁଆରି ୨୭ର ଏହି ଘଟଣା ବେଳେ ୱିଙ୍ଗ କମାଣ୍ଡର ଥିଲେ ଅଭିନନ୍ଦନ।