ଆଉ ଗୋଟିଏ ବୁଷ୍ଟର ଡୋଜର ଆବଶ୍ୟକତା ଥିବା କହିଲା WHO

ଭୁବନେଶ୍ୱର,୨/୪: ସାରା ଦେଶର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବିିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ (WHO) ଭାରତ ପାଇଁ ସତର୍କବାଣୀ ଦେଇଛି । ପୁଣି ଭବିଷ୍ୟତରେ ଜଟିଳ ସ୍ୱାସ୍ଥ୍ୟସମସ୍ୟା ଥିବା ରୋଗୀଙ୍କୁ ଆଉ ଗୋଟିଏ ବୁଷ୍ଟର ଡୋଜର ଆବଶ୍ୟକତା ଥିବା କହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁର ସଂଖ୍ୟା ନଆସିବା ଏକ ଆଶ୍ୱସ୍ତିକର ଖବର । କିନ୍ତୁ ଭବିଷ୍ୟତ ବିପଦର ଆକଳନ କରି ଏହା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବୟସ୍କ ବ୍ୟକ୍ତିଙ୍କ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ କହିଛି ଡବ୍ଲୁଏଚ୍ଓ । ଏହି ବର୍ଗର ବ୍ୟକ୍ତିଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ କରୋନାର ବୁଷ୍ଟର ଡୋଜ ନେବାକୁ ବିଶେଷଜ୍ଞମାନେ ବି ପରାମର୍ଶ ଦେଇଛନ୍ତି ।