ନିଦରେ ଶୋଇବା ବେଳେ ଆମ ସହ କଣ ଘଟି ଥାଏ ଜାଣନ୍ତି କି , ଏହି ସମ୍ପର୍କରେ କଣ କହେ ବୈଜ୍ଞାନିକଙ୍କ ଅନୁସନ୍ଧାନ

ପ୍ରତେକ ମଣିଷ ଦିନ ଯାକ କାମ କରି ସାରି ରାତିରେ ଶୋଇଥାଏ । ଅଧିକ ହେଉ କିମ୍ବା କମ ଗୋଟେ ମଣିଷ ପ୍ରତିଦିନ ଯେମିତି ହେଲେ ଟିକେ ଶୋଇଥାଏ । କାରଣ ସୁସ୍ଥ ଶରୀର ପାଇଁ ମଣିଷକୁ ୮ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ ହୋଇଥାଏ । ଶୋଇବା ଦ୍ୱାରା ଆମ ଅଙ୍ଗ ପ୍ରତ୍ୟଙ୍ଗଙ୍କୁ କିଛି ସମୟ ଆରାମ ମିଳିଥାଏ । ଯାହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଏହାସହ ସବୁ କାର୍ଯ୍ୟ କରିବାକୁ ମନ ଲାଗିଥାଏ । କିନ୍ତୁ ଆମେ ଶୋଇବା ବେଳେ ଆମ ସହ କଣ ଘଟି ଥାଏ ସେ ବିଷୟରେ କେହି ଜାଣି ନଥାନ୍ତି । ଏହା ପଛରେ ବହୁ କିଛି କଥା ରହିଛି ଯାହା ସମସ୍ତଙ୍କୁ ଅଜଣା ରହିଛି । ଆସନ୍ତୁ ଏହି ସମ୍ପର୍କରେ ଜାଣିବା …

ଆମେ ରାତିରେ ଶୋଇବା ପରେ ସକାଳୁ ଉଠିଥାଉ । କିନ୍ତୁ ଶୋଇବା ପରେ ସକାଳୁ ଉଠିବା ମଧ୍ୟରେ ଆମ ସହ କଣ ହୋଇଥାଏ । ଏକ ପାରାଲିସିସ ରୋଗୀ ଯେପରି ତା ନିଜ ହାତ ଓ ଗୋଡ ଚଳନ କରିପାରିନଥାନ୍ତି ସେହିପରି ଆମେ ଶୋଇବା ପରେ ଆମ ଶରୀର ପାରାଲିସିସ ହୋଇଯାଇଥାଏ । ଏଥିରେ ଡରିବାର କିଛି ନାହିଁ ଏହା ଏକ ସାଧାରଣ କଥା । କିନ୍ତୁ ଆମେ ପାରାଲିସିସ ଥିବା ଜଣାପଡ଼ିନଥାଏ କାରଣ ସେତେବେଳେ ଆମେ ଗଭୀର ନିଦ୍ରାରେ ଥାଉ ।

ସେହିପରି ଆମ ମନରେ ଏୟା ମଧ୍ୟ ଥାଏ ଯେ ଶୋଇବା ବେଳେ ଆମ ଆଖି ନିରବ ଅବସ୍ଥାରେ ଥାଏ । କିନ୍ତୁ ସେହିପରି ହୋଇନଥାଏ । ଆମେ ଶୋଇବା ବେଳେ ଆମ ଆଖି ହଲଚଲ ହୋଇଥାଏ । ଏହା ସମସ୍ତଙ୍କ ସହ ହୋଇଥାଏ , ଏହା ବୈଜ୍ଞାନୀକଙ୍କ ଅନୁସନ୍ଧାନରୁ ଜଣାପଡିଛି ।

ଆମ ଶରୀର ବୃଦ୍ଧି ପାଇଁ ଯେଉଁ ହରମୋନ ଆବଶ୍ୟକ ପଡିଥାଏ । ଏହି ହର୍ମୋନ ର ବୃଦ୍ଧି ରାତିରେ ଶୋଇବା ବେଳେ ଆମ ଶରୀର ରେ ଅଧିକ ହୋଇଥାଏ । କାରଣ ଆମେ ଶୋଇଥିବା ବେଳେ ଆମ ଶରୀର ସମ୍ପୂର୍ଣ ଭାବେ ଆରାମ ଦାୟକ ଅନୁଭବ କରିଥାଏ ।

ଆମେ ଶୋଇବା ବେଳେ କମ ନିଶ୍ୱାସ ପ୍ରଶ୍ୱାସ ନେଇଥାଉ । କାରଣ ଆମ ଗଳା ସଂକୁଚିତ ହୋଇଯାଇଥାଏ । କିନ୍ତୁ ଏହା ଚିନ୍ତା ଜନକ ବିଷୟ ହୋଇନଥାଏ । କାରଣ ଦିନ ଯାକ କାମ କରୁଥିବା ବେଳେ ଆମକୁ ବେଶୀ ନିଶ୍ୱାସ ପ୍ରଶ୍ୱାସ ନେବାକୁ ପଡିଥାଏ ସେତେବେଳେ ଶରୀରକୁ ବହୁ ଏନର୍ଜି ଦରକାର ପଡିଥାଏ । କିନ୍ତୁ ଶୋଇବା ବେଳେ କେବଳ ବଂଚିବା ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାକୁ ପଡିଥାଏ । ଏହାସହ ଗଳା ଅଧିକ ସଂକୁଚିତ ହୋଇଗଲେ ଲୋକମାନେ ଘୁଙ୍ଗୁଡ଼ି ମାରିବାକୁ ଆରମ୍ଭ କରିଥାନ୍ତି ।

ଶୋଇବା ବେଳେ ଆମେ ସମସ୍ତେ ସ୍ବପ୍ନ ଦେଖିଥାଉ । ବେଳେ ବେଳେ ଆମ ସ୍ବପ୍ନ ରେ ଗୋଟେ ଜିନିଷ ବାରମ୍ବାର ପ୍ରତିଦିନ ସ୍ବପ୍ନ ଦେଖିଥାଉ । ଏହାର ମାନେ ଆମ ଜୀବନରେ ଚାଲିଥିବା ସମସ୍ୟା । ଏହି ସମସ୍ୟାକୁ ପଛରେ ପକାଇ ଆଗକୁ ବଢିବା ପାଇଁ ଆମ ମସ୍ତିଷ୍କ ବାରମ୍ବାର ଏହାକୁ ସ୍ବପ୍ନ ଦେଖାଇଥାଏ । ଆମ ଜୀବନରେ ସମସ୍ୟା ସମ୍ପର୍କିତ ସ୍ବପ୍ନ ଆମକୁ ଦେଖାଯାଇଥାଏ ।

ସେହିପରି ଯେତେବେଳେ ଆପଣ ଶୋଇଥାନ୍ତି ସେତେବେଳ କେହି ଜଣେ ଜୋରସେ ଶବ୍ଦ କଲେ କିମ୍ବା ଆପଣ ଙ୍କ ଆଖିରେ ପାଣି ପକାଇଦେଲେ ଆପଙ୍କ ନିଦ ଭାଙ୍ଗି ଯାଇଥାଏ । କିନ୍ତୁ ଆଖି ଖୋଲିଗଲେ ମଧ୍ୟ ଶେଷକୁ ନାକ ଚେତାଶୂନ୍ୟ ରହିଥାଏ । ଶରୀରର ସମସ୍ତ ଅଙ୍ଗ ଉଠିଗଲେ ମଧ୍ୟ ନାକ ଠିକ ଭାବେ କାମ କରିନଥାଏ । ଶୋଇଥିବା ସମୟରେ ଆପଣଙ୍କ ନାକ ପାଖରେ କିଛି ଶଢା କିମ୍ବା ପୋଚା ଜିନିଷ ରଖିଲା ପରେ ମଧ୍ୟ ଆପଣ ଙ୍କ ନିଦ ଭାଙ୍ଗି ନଥାଏ । ଏହା ସବୁଠୁ ଖରାପ ଅଭ୍ୟାସ ହୋଇଥାଏ ।

ଶୋଇବା ଅବସ୍ଥାରେ ଆମ ସ୍ମାର୍ଟ ଫୋନ ରିଚାର୍ଜ ହେଲା ଭଳି ଆମ ଶରୀର ମଧ୍ୟ ରିଚାର୍ଜ ହୋଇଥାଏ । ଯେମିତି ଆମ ଶରୀରରେ ଥିବା ଟିସୁ ମରାମତି ହେବା ସହ ନୂଆ ନୂଆ ସେଲ ର ଜନ୍ମ ହୋଇଥାଏ । ତେଣୁ ଗଭୀର ନିଦ୍ରାରେ ଶୋଇବା ନିହାତି ଆବଶ୍ୟକ ।

ଆପଣ ଶୋଇବା ପୂର୍ବରୁ ନିଜର ଉଚତା ଯେତିକି ଥାଏ ଶୋଇକି ଉଠିବା ପରେ ଉଚତା ଅଧା ଇଞ୍ଚ ବଢି ଯାଇଥାଏ । କିନ୍ତୁ ପୁଣି ମାଧ୍ୟା କର୍ଷଣ ଵଳ ଯୋଗୁ ଆମ ମେରୁଦଣ୍ଡ ଅଳ୍ପ ଟିକେ ବଙ୍କା ହୋଇ ପୁଣିଥରେ ଅଧା ଇଞ୍ଚ କମିଯାଇଥାଏ । ଏହା ଆମ ସହିତ ପ୍ରତିଦିନ ହୋଇଥାଏ ।ଏହା ସାଧାରଣ କଥା ହେଲେ ବି ସତ ।

ଶୋଇବା ସମୟରେ ନିଜେ ନିଜ ଭିତରୁ ବାହାରି ନିଜକୁ ଦେଖିପାରିବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ଏହା କେବଳ ଯୋଗ ପ୍ରାଣାୟାମ ଦ୍ୱାରା ସମ୍ଭବ ହେବ । ଯେତେବେଳେ ଆମେ ଯୋଗ କରିଥାଉ ଆମ ଶରୀର ସମ୍ପୂର୍ଣ ମାତ୍ରାରେ ରିଲାକ୍ସ ରହିଥାଏ । ତେଣୁ ପ୍ରତିଦିନ ଯୋଗ କଲେ ଆମେ ଶୋଇବା ଅବସ୍ଥାରେ ନିଜ ଶରୀର ତ୍ୟାଗ କରି ନିଜକୁ ଦେଖିପାରିବା ବୋଲି କୁହାଯାଉଛି ।