ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

ଭୁବନେଶ୍ୱର,୨୭/୦୯: ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ସେମାନଙ୍କର E – kyc ଯାଞ୍ଚ ଚାଲିଛି। ଯାଞ୍ଚ ପରେ ସେମାନଙ୍କୁ ରାସନକାର୍ଡ ମିଳିବ।

ସେ ଏହା ମଧ୍ୟ କହିଛନ୍ତି, ପୂର୍ବ ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ। ଏବେ ହିତାଧିକାରୀ ମୁଣ୍ଡ ପିଛା ଏକ ପଞ୍ଚମାଂଶ ଗହମ ମଳିବ। ଅର୍ଥାତ ଜଣେ ହିତାଧିକାରୀଙ୍କୁ ୨୦ ପ୍ରତିଶତ ଗହମ ମିଳିବ। ଜଣେ ହିତାଧିକାରୀ ୨୦ କେଜି ଚାଉଳ ସହ ୫କେଜି ଗହମ ନେଇ ପାରିବେ। ଯଦି ଜଣେ ହିତାଧିକାରୀ ଚାହିଁବେ ୧୫ କେଜି ଚାଉଳ ସହ ୧୦କେଜି ଗହମ ମଧ୍ୟ ନେଇପାରିବେ।

Leave a Reply

Your email address will not be published. Required fields are marked *