ଏଣିକି ଶସ୍ତା ଦରରେ ଭାରତକୁ ଗହମ ଦେବ ରୁଷ୍

ନୂଆଦିଲ୍ଲୀ,୧୮/୦୮: ଏଣିକି ଶସ୍ତା ଦରରେ ଭାରତକୁ ଗହମ ଦେବ ରୁଷ୍ । କମ୍ ମୂଲ୍ୟରେ ତେଲ ଦେବା ପରେ ଏବେ ରୁଷ ଦେବ ଗହମ । ଦେଶରେ ଗହମ ଦରବୃଦ୍ଧି ଉପରେ ରୋକ ଲଗାଇବାକୁ ସରକାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ତେବେ ଦେଶରେ ଗହମ ଯୋଗାଣ ବଢ଼ାଇବା ଲାଗି ଭାରତ ରୁଷ ଠାରୁ କମ୍ ମୂଲ୍ୟରେ ଗହମ ଆମଦାନି ପାଇଁ ପ୍ରସ୍ତୁତ ହେଉଛି । ଜୁଲାଇରେ ଗହମ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଁଚିଯାଇଥିଲା ।