ହ୍ୱାଟ୍ସଆପ ସର୍ଭର ଠପ୍

ଭୁବନେଶ୍ୱର,୨୫/୧୦: ଦେଶରେ ବେଶ ପରିଚିତ ମେସେଜିଂ ଆପ ହ୍ୱାଟ୍ସଆପ ।ଏହି ଲୋକପ୍ରିୟ ମେସେଜିଂ ସାଇଟ ହ୍ୱାଟ୍ସଆପର ସର୍ଭର ଠପ୍ । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ଠପ୍ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ଏହାକୁ ନେଇ ଲେକୋ ଟ୍ୱିଟରରେ ପୋଷ୍ଟ କରୁଛନ୍ତି । ସୂଚନା ଅନୁସାରେ ଦ୍ୱିପ୍ରହର ୧୨.୩୦ରୁ ହ୍ୱାଟ୍ସଆପ୍ସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପ୍ରଥମେ ହ୍ୱାଟ୍ସଆପ୍ ଗ୍ରୁପରେ ମେସେଜ ପଠାଇବାରେ ଅସୁବିଧା ହୋଇଥିଲା । ପରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ପଠାଇବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା । ଏନେଇ ବର୍ତ୍ତମାନ ସୁଦ୍ଧା ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ ।