ଯଦି ପୃଥିବିରେ ଅମ୍ଳଜାନର ପରିମାଣ ଦୁଇ ଗୁଣା ହୋଇଯାଏ , ତେବେ କଣ ହେବ : ଜାଣିଲେ ଉଡିବ ହୋସ

ଆମେ ପୃଥିବୀରେ ବଂଚିବାକୁ ହେଲେ ସମସ୍ତ ପ୍ରାଣୀଙ୍କୁ ଅମ୍ଳଜାନର ଆବଶ୍ୟକ ପଡିଥାଏ । ଅମ୍ଳଜାନ ନଥିଲେ କୌଣସି ଲୋକ, ଜୀବଜନ୍ତୁ ଓ ଉଦ୍ଭିଦ ବଂଚିବା ମୁସକିଲ ହୋଇଯିବ। ଯେମିତି ଶରୀରରେ ଶକ୍ତି ଯୋଗାଇବା ପାଇଁ ଖାଦ୍ୟ ନିତ୍ୟାନ୍ତ ଆଵଶ୍ୟକ ହୋଇଥାଏ ସେହିପରି ବଂଚିବାକୁ ହେଲେ ଅମ୍ଳଜାନର ଆବଶ୍ୟକ ହୋଇଥାଏ । ଅମ୍ଳଜାନ ଯୋଗୁ କୋଟି କୋଟି ପ୍ରାଣୀ ଆମ ପୃଥିବୀରେ ବଂଚି ରହିଛନ୍ତି । ଯଦି ଆମ ପୃଥିବୀରେ ପାଞ୍ଚ ସେକେଣ୍ଡ ପାଇଁ ଅମ୍ଳଜାନ ବନ୍ଦ ହୋଇଯାଏ ତେବେ ପୃଥିବି ଧ୍ବଂସ ହୋଇଯିବାର ପରିସ୍ଥିତି ଉପୁଯିବ। ଯେମିତିକି ମଣିଷ ମାନଙ୍କ ଦ୍ୱାରା ପ୍ରସ୍ତୁତ କଂକ୍ରିଟ ର ସବୁ ଜିନିଷ ନଷ୍ଟ ହୋଇଯିବ ଏହା ସହ ନିଆଁ ଜଳାଇବା ଅସମ୍ଭବ ହୋଇଯିବ । କାରଣ ନିଆଁ ଜଳାଇବା ପାଇଁ ଅମ୍ଳଜାନ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ଏମିତିକି ପୃଥିବୀର ଭୂତଳ ନଷ୍ଟ ହୋଇଯିବ, କହିବାକୁ ଗଲେ ପୃଥିବୀ ପୁରା ଧ୍ବଂସ ଵିଧ୍ଵଂସ ହୋଇଯିବ । କିନ୍ତୁ ପୃଥିବୀରେ ଥିବା ଅମ୍ଳଜାନର ପରିମାଣ ଯଦି ଦୁଇ ଗୁଣା ହୋଇଯାଏ ତେବେ କଣ ହେବ । କଣ ଆଗ ପରି ସବୁ ଠିକ ଠାକ ରହିବ ନା କିଛି ଅସୁବିଧା ହେବ ଆସନ୍ତୁ ଜାଣିବା ….

ପୃଥିବୀରେ ଯବକ୍ଷାରଯାନ ର ପରିମାଣ ୭୮ ପ୍ରତିଶତ ଥିବା ବେଳେ ଅମ୍ଳଜାନର ପରିମାଣ ୨୧ ପ୍ରତିଶତ ରହିଛି । ସେହିପରି ବିଷାକ୍ତ ଗ୍ୟାସ ଆର୍ଗନ୍ ର ପରିମାଣ ୮ ପ୍ରତିଶତ ରହିଛି । ଯଦି ଅମ୍ଳଜାନ ଗ୍ୟାସ ର ପରିମାଣ ଦୁଇ ଗୁଣା ହୋଇଯାଏ ତେବେ ପୃଥିବୀ ଉପରେ କଣ ପ୍ରଭାବ ପଡିବ । କୋଟି କୋଟି ବର୍ଷ ପୂର୍ବେ ପୃଥିବୀରେ ଅମ୍ଳଜାନର ପରିମାଣ ୩୦ ପ୍ରତିଶତ ରହିଥିଲା । ଯାହା ଫଳରେ ଆମେ ଦେଖୁଥିବା ସାଇନ୍ସ ସିନେମା ଗୁଡିକ ରେ କୃତ୍ରିମ ଜିନିଷ ଗୁଡିକ ଯେମିତିକି ବଡ ବଡ ଜୀବ ଏବଂ ଲୋକ ମାନେ ଦୁଇଗୁଣ ବଡ ବଡ ଦେଖାଯାଉ ଥିବା ଭଳି ସମସ୍ତ ଜିନିଷ ପରି ଆଗରୁ ସେହିପରି ଥିବା ବୈଜ୍ଞାନିକ ମାନେ କହିଛନ୍ତି । ଅମ୍ଳଜାନର ପରିମାଣ ଅଧିକ ଥିବାରୁ ଯିଏ ଯେତିକି ପରିମାଣରେ ବୃଦ୍ଧି ହେବା କଥା ତା ଠାରୁ ଦୁଇ ଗୁଣରେ ବୃଦ୍ଧି ହେଉଥିଲା ।

ସେହିପରି ଏବେ ଯଦି ପୃଥିବୀରେ ଥିବା ୨୧ ପ୍ରତିଶତ ଅମ୍ଳଜାନ ବୃଦ୍ଧି ପାଇ ୪୨ ପ୍ରତିଶତ ହୋଇଯାଏ। ତେବେ ଏହାର ପ୍ରଭାବ ପୃଥିବୀ ଉପରେ କଣ ପଡିବ ।ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଯଦି ଏହିପରି ହୁଏ ଜୀବନ ଓ ପୃଥିବୀ ପୁରା ଅଲଗା ହୋଇଯିବ । ପୃଥିବୀରେ ବଞ୍ଚି ଥିବା ସମସ୍ତ ପ୍ରାଣୀ ଶରୀରରେ ଦୁଇଗୁଣ ବଡ ହେବା ସହ ଅଧିକ ଶକ୍ତିଶାଳୀ ହେଇଯିବେ । ଯେମିତିକି ଛୋଟ ଛୋଟ ପୋକ ସବୁ ବଡ ବଡ ହୋଇଯିବେ । ସେହିପରି ମୂଷା ଠେକୁଆ ପରି, ଠେକୁଆ କୁକୁର ଆକାର ହୋଇଯିବେ । ଏହାସହ ପୃଥିବୀରେ ଥିବା ସବୁ ବଡ ଗଛ ଲମ୍ବା ହୋଇ ବାଦଲକୁ ଛୁଇଁବାରେ ଲାଗିବେ । ସେହିପରି ମଣିଷ ମାନେ ମଧ୍ୟ ଦୁଇ ମିଟର ଲମ୍ବା ହେବା ସହ ଅଧିକ ଶକ୍ତିଶାଳୀ ହୋଇପଡିବେ । ପେଟ୍ରୋଲ ଓ ଡିଜେଲ ରେ ଚାଲୁଥିବା ଗାଡି ବିନା ତେଲ ରେ ଚାଲିବ ।

ଏହା ସବୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । କାରଣ କୋଟି କୋଟି ବର୍ଷ ପୂର୍ବେ ଥିବୀରେ ଅମ୍ଳଜାନର ପରିମାଣ ୩୦ ପ୍ରତିଶତ ଥିବା ବେଳେ ବର୍ତମାନର ଜୀବଜନ୍ତୁ ଙ୍କ ଆକାରଠାରୁ ସେତେବେଳେର ଜୀବଜନ୍ତୁ ଙ୍କ ଆକାର ବଡ ରହିବ ସହ ଅଧିକ ଶକ୍ତିଶାଳୀ ଥିଲେ` ଏହା ବୈଜ୍ଞାନିକ ମାନେ ଅଧୟନ କରି କହିଛନ୍ତି । ଏହାସହ ବୈଜ୍ଞାନିକ ମାନେ ବହୁ ବର୍ଷ ଧରି ଅଧୟନ କରି କହିଛନ୍ତି ଯେ ଅମ୍ଳଜାନ ଶରୀରର ମସ୍ତିଷ୍କ ଆକାର , ବିକାଶ ଉପରେ ପ୍ରଭାବ ପକାଏ । ଏହା ପଛରେ ଥିବା ବୈଜ୍ଞାନିକ କାରଣ ହେଉଛି ଅମ୍ଳଜାନ ଆମ ଶରୀରରେ ଉତ୍ପର୍ଣ୍ଣ ହେଉଥିବା ଗ୍ଲୁକୋଜ ଓ ଲାଲ ରକ୍ତ କଣିକା ମସ୍ତିସ୍କ ବିକାଶ ପାଇଁ ଜରୁରୀ ହୋଇଥାଏ । ଆମ ଶରୀର ନବେ ପ୍ରତିଶତ ଶକ୍ତି ଅମ୍ଳଜାନ ରୁ ମିଳିଥାଏ ଓ ଖାଦ୍ୟରୁ ଦଶ ପ୍ରତିଶତ ଶକ୍ତି ମିଳିଥାଏ । ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁ ଗୁଣରେ ବଢ଼ିଯିବ । କେବଳ ଏତିକି ନୁହେଁ ଆମର ମସ୍ତିସ୍କର ପ୍ରସେସିଙ୍ଗ ପାୱାର ବଢିବା ସହ ଅଧିକ ସ୍ମାର୍ଟ ଏବଂ ଅଧିକ ବୁଦ୍ଧି ଶକ୍ତି ବଢ଼ିଯିବ ।

କେବଳ ଅମ୍ଳଜାନ ବଢିଲେ ଲାଭ ହେବ ତାହା ନୁହେଁ କ୍ଷତି ମଧ୍ୟ ହେବ । ଯେମିତିକି ଦୁଇ ଗୁଣ ଅମ୍ଳଜାନ ବଢିବା ଫଳରେ ଆମ ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ । ଶରୀରର ଡିଏନଏ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଫଳରେ କ୍ୟାନ୍ସର ହେବାର ଅଧିକ ସମ୍ଭାବନା ଥାଏ । ଅମ୍ଳଜାନ ବଢିବା ଫଳରେ ଆମର ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯିବାର ଅଧିକ ସମ୍ଭାବନା ରହିଛି । ଅମ୍ଳଜାନ ବଢିବା ଫଳରେ ପୃଥିବୀରେ ସୂର୍ଯ୍ୟଙ୍କ କିରଣ ବଢିବା ସହ ଅଧିକ ତାପମାତ୍ରା ରହିବ । ଯାହାଫଳରେ ଜଙ୍ଗଲରେ ନିଆଁ ଲାଗିବ ସମ୍ଭାବନା ଅଧିକ ରହିବ । ଲୋକମାନ ଙ୍କ ଦ୍ୱାରା ତିଆରି ହୋଇଥିବା ସବୁ ଟେକ୍ନୋଲୋଜି , ପରିବହନ ଓ ଲୁହାରେ ତିଆରି ହୋଇଥିବା ସବୁ ଜିନିଷ ଉପରେ ଏହାର ବେଶୀ ପ୍ରଭାବ ପଡିବ । କାରଣ ଅଧିକ ଅମ୍ଳଜାନ ଫଳରେ ଲୁହା ରେ ଶୀଘ୍ର କଳଙ୍କି ଲାଗିବାକୁ ଲାଗିବ । ତେଣୁ ଅମ୍ଳଜାନ ବଢିବା ଫଳରେ ଫାଇଦା ଅପେକ୍ଷା ଅଧିକ କ୍ଷତି ହେବ ।