ପଶ୍ଚିମବଙ୍ଗରେ ଦୁଷ୍କର୍ମ ବିରୋଧୀ ‘ଅପରାଜିତା’ ବିଲ୍ ପାରିତ

ନୂଆଦିଲ୍ଲୀ,୩/୦୯: ପଶ୍ଚିମବଙ୍ଗ ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ କରିଛନ୍ତି  ବେଙ୍ଗଲ ସରକାର । ଆଜି ବେଙ୍ଗଲର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ବିଧାନସଭାରେ ‘ଅପରାଜିତା’ ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ।

ଏହି ଆଇନରେ ରହିଛି କଣ ?
-ଦୁଷ୍କର୍ମ ଓ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ।
-ଚାର୍ଜସିଟ୍ ଦାଖଲ କରିବାର 36 ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା।
-୨୧ ଦିନ ମଧ୍ୟରେ ତଦନ୍ତ ଶେଷ ହେବ।
-ଅପରାଧୀଙ୍କୁ ସାହାଯ୍ୟ କରିଥିଲେ 5 ବର୍ଷ କାରାଦଣ୍ଡ।
-ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ଆପରାଜିତା ଟାସ୍କ ଫୋର୍ସ ଗଠନ ପାଇଁ ବ୍ୟବସ୍ଥା।
-ଦୁଷ୍କର୍ମ, ଏସିଡ୍ ମାଡ଼ ଏବଂ ନିର୍ଯାତନା ଭଳି ମାମଲାରେ ଏହି ଟାସ୍କଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
-ଏସିଡ୍ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।
-୩୦ ଦିନ ମଧ୍ୟରେ ସମସ୍ତ ପ୍ରକାର ଯୌନ ଅପରାଧ ଏବଂ ଏସିଡ୍ ଆକ୍ରମଣର ପରୀକ୍ଷା ଶେଷ କରିବାକୁ ବ୍ୟବସ୍ଥା।
-ପୀଡିତାଙ୍କ ପରିଚୟ ପ୍ରକାଶ କରିଥିଲେ ୩-୫ ବର୍ଷ ଜେଲ୍ ଦଣ୍ଡ।
-ଦୁଷ୍କର୍ମ ତଦନ୍ତ ଏବଂ ବିଚାରକୁ ତ୍ୱରାନ୍ୱିତ କରିବା ପାଇଁ ବିଲରେ ବିଏନଏସ (ଭାରତୀୟ ନ୍ୟାୟ ସଂହିତା) ବ୍ୟବସ୍ଥାରେ ସଂଶୋଧନ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *