ୱେଲ୍‌ ମାର୍କ୍‌ଡ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର, ୨୩/୭: ରାଜ୍ୟରେ ଦୁଇ ତିନି ତଳେ ଅସହାୟ ତାତି କୁ ଗରମ ବଢ଼ିବାରେ ଲାଗିଥିଲା । କିନ୍ତୁ ଏବେ ସ୍ଥାନେ ସ୍ଥାନେ ଦୁଇ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ଅନ୍ୟପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ୱେଲ୍‌ ମାର୍କ୍‌ଡ ଲୋପ୍ରେସରରେ ପରିଣତ ହୋଇଛି। ସଂଲଗ୍ନ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହେବାରେ ଲାଗିଛି। ଫଳରେ ୨୭ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।