ରାଜ୍ୟରେ ବଢୁଛି ତାପମାତ୍ରା, ଜଳୁଛି ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର,୬/୦୪: ଜଳୁଛି ରାଜଧାନୀ ଭୁବନେଶ୍ୱର । ଗତକାଲି ସର୍ବାଧିକ ୪୩.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା । ୪୦ଡିଗ୍ରୀ ଉପରେ ୨୫ଟି ସହର ରହିଛି । ପାରଳାଖେମୁଣ୍ଡିରେ ୪୨.୬, ତାଳଚେର ୪୨.୪, ମାଲକାନଗିରି ଓ ବୌଦ୍ଧରେ ୪୨. ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳରେ ୪୨.୧ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ତାପମାତ୍ରା ୪୨ଡିଗ୍ରୀ ରେକର୍ଡ କରାଯାଇଛି । ଦେଶ ଭିତରେ ନୁହେଁ ବରଂ ପୁରା ଏସିଆ ମହାଦେଶର ୧୦ଟି ଉତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ଏହି ତଥ୍ୟ ମିଳିଛି । ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୫ଟି ସହର ସ୍ଥାନ ପାଇଛି । ଭାରତର ନନ୍ଦୟାଲ ସହର ୪୩.୭ ଡିଗ୍ରୀ ସହ ଚତୁର୍ଥ, କୁର୍ନୁଲ ୪୩ .୫ ଡିଗ୍ରୀ ସହ ସପ୍ତମ, ଗୁଲବର୍ଗ ୪୩.୩ ଡିଗ୍ରୀ ଏବଂ ଅନନ୍ତପୁର ୪୩.୩ ଡିଗ୍ରୀ ରେକର୍ଡ କରାଯାଇଛି ।