ରାଜ୍ୟରେ ଆଜିଠୁ କମିବ ବର୍ଷାର ପ୍ରଭାବ, ପୁଣି ବଢିବ ତାତିର ପ୍ରକୋପ

ଭୁବନେଶ୍ୱର,୨୪/୦୩: ରାଜ୍ୟରେ ଆଜିଠୁ କମିବ ବର୍ଷାର ପ୍ରଭାବ । ଆଉ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।  ବିଶେଷ କରି ଉପୂକଳ ଓଡ଼ିଶାରେ ଏହାର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି  ।  ବର୍ଷାକୁ ନେଇ ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, ଢେଙ୍କାନାଳ ଓ ବାଲେଶ୍ବର ଓ ଅନୁଗୁଳ ଭଳି ୧୨ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  ।  ସେହିଭଳି ଆସନ୍ତାକାଲି କଟକ , ଜଗତସିଂହପୁରରୁ ନେଇ ଯାଜପୁର ଓ ଭଦ୍ରକ  ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।  ତେବେ ୨୫ ପରେ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ଧୀରେ ଧୀରେ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ  ।

Leave a Reply

Your email address will not be published. Required fields are marked *