ଭୁବନେଶ୍ୱର,୧୩/୦୨: ଫେବୃଆରୀ ମାସରୁ ବଢିଲାଣି ତାତି । ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା ରହିଛି । ଝାରସୁଗୁଡାରେ ସର୍ବାଧି ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚଳିତ ବର୍ଷର ଏହା ସର୍ବାଧିକ ତାପମାତ୍ରା। ହେଲେ ଆଗାମୀ ୪ ଦିନରେ ରାତି ତାପମାତ୍ରା ୫ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଝାରସଗୁଡା ପରେ ଭଦ୍ରକରେ ତାପମାତ୍ରା ୩୬.୨ ଡିଗ୍ରୀ ଛୁଇଁଛି। ସେହିପରି ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫. ୭, ଭବାନୀପାଟଣଶ ଓ ଟିଟଲାଗଡ଼ରେ ତାମପାତ୍ରା ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରେ ପାରଦ ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ତାପମାତ୍ରା ୩୩.୨ ଡିଗ୍ରୀ ଛୁଇଁଛି।