ଆଗାମୀ ୫ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିବ ତାପାମାତ୍ରା

ଭୁବନେଶ୍ୱର,୧୨/୧୦: ଅକ୍ଟୋବର ମାସରେ ମଧ୍ୟ କଲବଲ କରୁଛି ଅସହ୍ୟ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସାଧାରଣତଃ ଅକ୍ଟୋବର ମାସରେ ୩୦ରୁ ୩୩ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ । ଆକାଶ ନିର୍ମଳ ରହୁଥିବାରୁ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂପୃଷ୍ଟରେ ପଡ଼ୁଛି ଯେଉଁ କାରଣରୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଆଉ ଗୁଳୁଗୁଳି ଅନୁଭୂତ ହେଉଛି । ଏବଂ ଏହାସହ ରାତି ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି । ଅକ୍ଟୋବରର ଏହି ତାତି ଶୀତ କମାଇଦେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।