ଆହୁରି ୫ ଦିନ ଯାଏଁ ତାତିରେ ସିଝିବି ଓଡିଶା

ଭୁବନେଶ୍ୱର,୧୮/୪: ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗରମ ହେଉଛି। ଏହାରିମଧ୍ୟରେ ଆଉ ୫ ଦିନ ଯାଏଁ ଏପରି ଗରମ ରହିବା ନେଇ ସୂଚନା ମିଳିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ତାତି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ । ତେବେ ୨୧ ତାରିଖ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଅନୁଭୁତ ହୋଇଛି । ବାରିପଦା ପୁଣି ପାଲଟିଥିଲା ରାଜ୍ୟର ଉତପ୍ତ ସହର । ବାରିପଦାରେ ଗତକାଲି ୪୪ ଦଶମିକ୍ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।