ଦକ୍ଷିଣ ଓ ପଶ୍ଚିମ ଭାରତରେ ବଢିବ ତାପମାତ୍ରା !

ଭୁବନେଶ୍ୱର,୨୨/୨:  ଫେବୃୟାରୀ ମାସରୁ ଆରମ୍ଭ ହେଲାଣି ଗ୍ରୀଷ୍ମ ପ୍ରଭାବ । ଦେଶର ବିଭିନ୍ନ ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୨ ଦିନ କେନ୍ଦ୍ରୀୟ ଓ ପଶ୍ଚିମ ଭାରତରେ ତାପମାତ୍ରା ବୃଦ୍ଧି ପାଇବ । ସେହିପରି ଆଗାମୀ ୫ ଦିନ ଦକ୍ଷିଣ ଓ ପଶ୍ଚିମ ଭାରତରେ ସ୍ୱାଭାବିକ୍ ଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସୋମବାର ଦକ୍ଷିଣ ପଶ୍ଚିମ, କେନ୍ଦ୍ରୀୟ ପଶ୍ଚିମ ଭାରତରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।  ଏଭଳି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଗକୁ ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଅତି ଭୟଙ୍କର ଗ୍ରୀଷ୍ମଲହରୀ ଉପୁଜିବା ନେଇ ଆକଳନ କରାଯାଉଛି ।