ଆହୁରି ୫ଦିନ ରାଜ୍ୟରେ ଅନୁଭୂତ ହେଉଛି ତାତି

ଭୁବନେଶ୍ୱର,୧୪/୦୬: ଅଚାନକ ପରିବର୍ତ୍ତନ ଯୋଗୁଁ ଉପକୂଳ ସିନା ଥଣ୍ଡା ପଡିଛି, ହେଲେ ପଶ୍ଚିମ ଓଡ଼ିଶା କିନ୍ତୁ ପୂର୍ବଭଳି ଗରମ ଓ ତାତି ଅନୁଭୂତ ହେବାରେ ଲାଗିଛି। କାଲିଠୁ ତାତି ସାମାନ୍ୟ କମିଥିଲେ ବି ଆଜି ବି ୪୪.୩ ଡିଗ୍ରୀ ତାପମାତ୍ରା ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥି ସହ ତିନିଟି ସହରର ପାରା ୪୩ ଡିଗ୍ରୀ ଉପରେ ରହିଛି। ଏଣେ ଗତକାଲି ସନ୍ଧ୍ୟା ଓ ଆଜି ସକାଳେ ବର୍ଷା ପରେ ରାଜଧାନୀ ସମେତ ଉପକୂଳ ଅଞ୍ଚଳର ଲୋକେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି। ଏଣେ ପାଣିପାଗ ବିଭାଗ କିନ୍ତୁ କହିଛି ତାତି ଆହୁରି ୫ଦିନ ରାଜୁତି କରିବ। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି।